ମହାତ୍ମା ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ନୃସିଂହନାଥ ଠାରେ ତିଳ ତର୍ପଣ କଲେ ପାଣିମୋରା ଗ୍ରାମବାସୀ

0
1KB

ପାଇକମାଳ ୧୩.୦୨. ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ସଂଗ୍ରାମୀ ପୀଠ ପାଣିମୋରା ଗ୍ରାମବାସୀ ବୁଧବାର ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ପୀଠରେ ପହଞ୍ଚି ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ଅମର ଆତ୍ମାର ଶାନ୍ତି ଉଦ୍ଦେଶ୍ୟରେ ତିଳ ତର୍ପଣ କରିଛନ୍ତି । ୧୯୪୮ ମସିହା ଜାନୁୟାରୀ ୩୦ ତାରିଖ ଦିନ ଏକ ପ୍ରାର୍ଥନା ସଭାରେ ଥିବା ସମୟରେ ନାଥୁରାମ ଗଡସେ ଙ୍କ ଗୁଳିରେ ପ୍ରାଣ ହରାଇଥିଲେ ଜାତିର ପିତା ମହାତ୍ମା ଗାନ୍ଧୀ । ତାଙ୍କ ଶବ ଦାହ ହେବା ପରେ ତାଙ୍କ ଚିତାଭସ୍ମ ଓଡ଼ିଶାକୁ ଅଣାଯାଇ ଭାଗ କରାଯାଇ ଗୋଟିଏ ଅଂଶ ପୁରୀ ମହୋଦଧି ରେ ଏବଂ ଆଉ ଗୋଟେ ଅଂଶ ପବିତ୍ର ପୀଠ ନୃସିଂହନାଥରେ ଥିବା ପାପ ହ।ରିଣୀ ଝରଣାରେ ପ୍ରବାହ କରାଯାଇଥିଲା । ହିନ୍ଦୁ ରୀତିନୀତି ଅନୁଯାୟୀ ମୃତ୍ୟୁର ୧୨ ଦିନ ପରେ ମୃତ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ତାଙ୍କ ପରିବାର ଲୋକ ତିଳ ତର୍ପଣ କରିଥାନ୍ତି । ଏହି ଅନୁଯାୟୀ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ପ୍ରତ୍ୟେକ ବର୍ଷ ଫେବୃଆରୀ ମାସରେ ସର୍ବୋଦୟ ଦିବସ ପାଳନ କରି ତିଳ ତର୍ପଣ କରାଯାଇଥାଏ । ଏହି ଅବସରରେ ବରଗଡ଼ ଜିଲ୍ଲାର ସଂଗ୍ରାମୀ ପୀଠ ପାଣିମୋରା ଗ୍ରାମର ସଂଗ୍ରାମୀ ଦାୟଦ ଓ ଗାନ୍ଧୀ ପ୍ରାର୍ଥନା ମଣ୍ଡଳୀ ପକ୍ଷରୁ ନୃସିଂହନାଥ ଆସି ତିଳ ତର୍ପଣ କରିଛନ୍ତି । ସଂଗ୍ରାମୀ ପୀଠ ପାଣିମୋରା ଗ୍ରାମରୁ ଭରତ ପରଡ଼ିଆ,ରବି ପ୍ରଧାନ, ନବୀନ ପ୍ରଧାନ, ଗୋପବନ୍ଧୁ ପ୍ରଧାନ, ଆହାଲ୍ଲାଦ ପ୍ରଧାନ,ଲବଣୀ ସାହୁ ଓ ବିକ୍ରମ ସାଗର ପ୍ରମୁଖ ଙ୍କ ସହ ୫୦ ଜଣରୁ ଅଧିକ ଲୋକ ଆସି ତିଳ ତର୍ପଣ କରିଥିଲେ ।ଏହି ମହତ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିବା ପାଣିମୋରା ର ଭାଇ ମାନଙ୍କୁ ସାମ୍ବାଦିକ ମାନେ ସ୍ୱାଗତ କରିଥିଲେ।

Like
1
Rechercher
Catégories
Lire la suite
Autre
Bargarh Panchayat Executive Officer, Husband Arrested by Vigilance in PMAY Bribery Case
BARGARH, Odisha – April 5, 2025 Summary: Nupur Seth, a Panchayat Executive Officer (PEO) in...
Par Happy Paikmal 2025-04-05 10:31:33 0 976
Autre
ଗନ୍ଧମାର୍ଦ୍ଦନ ସ୍ଥାୟୀ ସୁରକ୍ଷା ଆଇନ ପାଇଁ ପାଇକମାଳ ବ୍ଲକ୍ ସମ୍ମୁଖ ରେ ଅନିର୍ଦ୍ଦିଷ୍ଟ କାଳ ଗଣଧାରଣା
ପାଇକମାଳ, ୧୨।୨ : ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ତରଫରୁ ବୁଧବାର ଠାରୁ ପାଇକମାଳ ବ୍ଲକ୍ ସମ୍ମୁଖ ରେ...
Par Manas Ranjan Nayak 2025-02-12 22:32:30 0 1KB
Autre
Sunita Williams Returns Home After Extended Space Mission
Who is Sunita Williams? Sunita Lyn "Suni" Williams is a distinguished American astronaut and...
Par Happy Paikmal 2025-03-20 14:08:10 0 1KB
Religion
Lok Sabha Passes Waqf Amendment Bill Amidst Heated Debate
New Delhi, April 3, 2025: The Lok Sabha today witnessed a significant legislative development...
Par Happy Paikmal 2025-04-03 08:42:28 0 989
Autre
ମହାତ୍ମା ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ନୃସିଂହନାଥ ଠାରେ ତିଳ ତର୍ପଣ କଲେ ପାଣିମୋରା ଗ୍ରାମବାସୀ
ପାଇକମାଳ ୧୩.୦୨. ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ସଂଗ୍ରାମୀ ପୀଠ ପାଣିମୋରା ଗ୍ରାମବାସୀ ବୁଧବାର ପଶ୍ଚିମ...
Par Manas Ranjan Nayak 2025-02-12 21:08:30 0 1KB