ଗନ୍ଧମାର୍ଦ୍ଦନ ସ୍ଥାୟୀ ସୁରକ୍ଷା ଆଇନ ପାଇଁ ପାଇକମାଳ ବ୍ଲକ୍ ସମ୍ମୁଖ ରେ ଅନିର୍ଦ୍ଦିଷ୍ଟ କାଳ ଗଣଧାରଣା

0
1K

ପାଇକମାଳ, ୧୨।୨ : ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ତରଫରୁ ବୁଧବାର ଠାରୁ ପାଇକମାଳ ବ୍ଲକ୍ ସମ୍ମୁଖ ରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୦ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଗଣ ଧାରଣାରେ ବସିଛନ୍ତି । ନରସିଂହ ବନଛୋର ଧାରଣାରେ ସଭାପତିତ୍ବ କରିଥିଲେ । ଗନ୍ଧମାର୍ଦ୍ଦନ ପର୍ବତକୁ ଜାତୀୟ ସମ୍ପତ୍ତି ବା ସ୍ଥାୟୀ ସୁରକ୍ଷା ଆଇନ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଘୋଷଣ କରିବାକୁ ଏକ ସ୍ମାରକ ପତ୍ର ପାଇକମାଳ ବିଡିଓ ଙ୍କ ଜରିଆରେ ମାନ୍ୟବର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଓଡିଶା ସରକାର ଙ୍କୁ ପ୍ରଦାନ କରାଯାଇଛି । ଗନ୍ଧମାର୍ଦ୍ଦନ ସୁରକ୍ଷା ପରିଷଦ ର କର୍ମକର୍ତ୍ତା ଏକ ରାଲିରେ ଫ୍ଲାୟ କାର୍ଡ ଧରି ବିଭିନ୍ନ ଶ୍ଲୋଗାନ ଦେଇ ବ୍ଲକ୍  ସମ୍ମୁଖ କୁ ଆସି ସେଠାରେ ଧାରଣାରେ ବସିଥିଲେ । ଏହି କାର୍ଯ୍ୟକ୍ରମକୁ ରାଜ କୁମାର ସେଠ ପରିଚାଳନା କରିଥିଲେ । କାନ୍ତିକାରୀ ସୁଶୀଲ ନାୟକ, ଧବଳେଶ୍ବର ସାହୁ, ବୃନ୍ଦାବନ ବାରିକ, ଗୁପତରାମ ବାରିକ, ଗୌତମ ବିଶ୍ବାଳ, ଗିରିଷ ଦଣ୍ତସେନା, ମୋହନ ଜଗତ, ସୁଧାଂସୁ ବାରିକ, କ୍ଷମାନିଧି ଭୋଇ ପ୍ରମୁଖ ନିଜର ମତ ପ୍ରକାଶ କରିଥିଲେ । ପ୍ରତିଦିନ ବିଭିନ୍ନ ଗ୍ରାମରୁ ବିଭିନ୍ନ ଅନୁଷ୍ଠାନ ମାନଙ୍କ ର କର୍ମକର୍ତ୍ତା ଓ ବିଭିନ୍ନ ଅଞ୍ଚଳ ରୁ ଆସି ଧାରଣାରେ ଯୋଗ ଦେବେ ବୋଲି ସଭାପତି ଶ୍ରୀ ବନଛୋର କହିଛନ୍ତି ।

Like
2
Pesquisar
Categorias
Leia Mais
Outro
ମହାତ୍ମା ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ନୃସିଂହନାଥ ଠାରେ ତିଳ ତର୍ପଣ କଲେ ପାଣିମୋରା ଗ୍ରାମବାସୀ
ପାଇକମାଳ ୧୩.୦୨. ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ସଂଗ୍ରାମୀ ପୀଠ ପାଣିମୋରା ଗ୍ରାମବାସୀ ବୁଧବାର ପଶ୍ଚିମ...
Por Manas Ranjan Nayak 2025-02-12 21:08:30 0 1K
Outro
Postgraduate Student Dies in Fall from Utkal University Hostel Terrace
Police suspect accidental fall; post-mortem to confirm cause of death A 23-year-old postgraduate...
Por Happy Paikmal 2025-03-31 10:54:10 0 1K
Religion
Lok Sabha Passes Waqf Amendment Bill Amidst Heated Debate
New Delhi, April 3, 2025: The Lok Sabha today witnessed a significant legislative development...
Por Happy Paikmal 2025-04-03 08:42:28 0 988
Outro
Decision to surround the SDO office regarding Tata Power's oppression.
  Summary: The Jay Kisan Andolan (Farmer's Victory Movement) of the Paikamal block branch...
Por Happy Paikmal 2025-03-27 05:26:46 0 1K
Outro
ଗନ୍ଧମାର୍ଦ୍ଦନ ସ୍ଥାୟୀ ସୁରକ୍ଷା ଆଇନ ପାଇଁ ପାଇକମାଳ ବ୍ଲକ୍ ସମ୍ମୁଖ ରେ ଅନିର୍ଦ୍ଦିଷ୍ଟ କାଳ ଗଣଧାରଣା
ପାଇକମାଳ, ୧୨।୨ : ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ତରଫରୁ ବୁଧବାର ଠାରୁ ପାଇକମାଳ ବ୍ଲକ୍ ସମ୍ମୁଖ ରେ...
Por Manas Ranjan Nayak 2025-02-12 22:32:30 0 1K